ବିଧାନସଭା: ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
![](https://www.odishalink.com/wp-content/uploads/2022/11/Hatagolla-1-750x430.jpg)
ଓଏଲ୍ ବ୍ୟୁରୋ: ଶୀତ ଅଧିବେଶନର ୨ୟ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଙ୍ଗାମା । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ କରିଛନ୍ତି ।