ବକ୍ସ ଅଫିସରେ ରେକର୍ଡ ଆଶାରେ”ଭେଡିୟା”
ଚଳଚ୍ଚିତ୍ରଟି ଭୟ ଏବଂ ହାସ୍ୟ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ ଚଳଚ୍ଚିତ୍ରରେ ଅଭିନୀତ କଳାକାର ମାନେ ବେଶ ଚମତ୍କାର ଅଭିନୟ କରିଛନ୍ତି

ଓଏଲ୍ ବ୍ୟୁରୋ: ବକ୍ସ ଅଫିସରେ ରେକର୍ଡ ଆଶାରେ ବଲିଉଡ ସିନେମା “ଭେଡିୟା”। ବରୁଣ ଧାୱନ ଓ କ୍ରିତି ସାନନଙ୍କ ଅଭିନୀତ ବଲିଉଡ ଚଳଚ୍ଚିତ୍ର ଭେଡିୟା ବକ୍ସ ଅଫିସରେ ଦମଦାର ରେକର୍ଡ କରିବାର ଆଶା କରାଯାଉଥିବାବେଳେ ଚଳଚ୍ଚିତ୍ରଟି ୨୫ତାରିଖରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ପ୍ରଥମ ଶୋ’ରେ ଦର୍ଶକଙ୍କ ମଧ୍ୟରେ ଆଶାତୀତ ଉତ୍ସାହ ଦେଖିବାକୁ ମିଳିନଥିବା ବେଳେ ସନ୍ଧ୍ୟା ଶୋ’ରେ ଚଳଚ୍ଚିତ୍ରଟି ଭଲ ରୋଜଗାର କରିଥିଲା।
ବରୁଣ ଧାୱନ ଏହି ଚଳଚ୍ଚିତ୍ରକୁ ନେଇ ଆଗରୁ ଅନେକ ମନ୍ତବ୍ୟ ରଖିଥିଲେ। ସେ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଉତ୍ସାହିତ ଥିବାବେଳେ ବରୁଣ କହିଥିଲେ ଚଳଚ୍ଚିତ୍ରଟି କିଛି ନୂତନ ପ୍ରେରଣା ଦେବା ସହ ଅବିଶ୍ୱସନୀୟ ଚରିତ୍ର ପ୍ରଦାନ କରିବ। ଦେଶରେ ଏଭଳି ଚଳଚ୍ଚିତ୍ର ପୂର୍ବରୁ କେବେ ଆସିନଥିଲା ଏବଂ କାହାକୁ ଦିଆଯାଇନଥିଲା। ଚଳଚ୍ଚିତ୍ରକୁ ନେଇ ନିର୍ମାତା ବେଶ ଆଶାୟୀ ଥିବାବେଳେ ୬୦କୋଟି ବ୍ୟୟରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି।
ଚଳଚ୍ଚିତ୍ରଟି ଭୟ ଏବଂ ହାସ୍ୟ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ ଚଳଚ୍ଚିତ୍ରରେ ଅଭିନୀତ କଳାକାର ମାନେ ବେଶ ଚମତ୍କାର ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ପାଇଁ ବ୍ୟୟ ହୋଇଥିବା ଟଙ୍କା ରିଲିଜର ପ୍ରଥମ ଦିନରୁ ଆଶାତୀତ କମ ଥିଲା କିନ୍ତୁ ଏହା ବର୍ତ୍ତମାନ ଅଧିକ ରୋଜଗାର କରିବ ଯାହା ଚଳଚ୍ଚିତ୍ରର ନିର୍ମାତା ଆଶା କରିଛନ୍ତି। ବକ୍ସ ଅଫିସରେ ପୂର୍ବରୁ ଦମଦାର ଚାଲିଥିବା ବଲିଉଡ ଚଳଚ୍ଚିତ୍ର ଦୃଶ୍ୟମ-୨କୁ ନେଇ ଦର୍ଶକ ବେଶ ଖୁସି ଥିଲେ ଯାହା ବକ୍ସ ଅଫିସରୁ ଜଣାପଡିଛି।
ଭେଡିୟା ଚଳଚ୍ଚିତ୍ରଟି ଦୃଶ୍ୟମ-୨କୁ କଡା ଟକ୍କର ଦେବ ଯାହା ଆଶା କରିଛନ୍ତି ଚଳଚିତ୍ରର ନିର୍ମାତା ଓ ଅଭିନୀତ କଳାକାର ମାନେ। ଆଗାମୀ ଦିନରେ ବରୁଣ ଧାୱନ ଓ କ୍ରିତି ସାନନଙ୍କ ଅଭିନୀତ ବଲିଉଡ ଚଳଚ୍ଚିତ୍ର ଭେଡିୟା ଚଳଚ୍ଚିତ୍ର ଜଗତକୁ କେତେ ଦୂର ସଫଳତା ଆଣିଦେବା ସହ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ଭିତରେ କେତେ ଉତ୍ସାହ ରହିବ ତାହା ଦେଖିବାକୁ ବାକି ରହିଲା।