ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ

ଓଏଲ୍ ବ୍ୟୁରୋ: ପରଲୋକରେ ମଞ୍ଚ ଓ ସିନେମା ଜଗତର ଭେଟରାନ୍ ଅଭିନେତା ବିକ୍ରମ ଗୋଖଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବୟସ ହୋାଇଥିଲା।ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି।
ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ପୁଣେର ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ଅବସ୍ଥା ମଧ୍ୟ ଧୀରେଧୀରେ ସୁଧୁରିବାରେ ଲାଗିଥିଲା। କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବା ଆରମ୍ଭ କରିଥିଲା। ଡାକ୍ତର ସବୁ ଉଦ୍ୟମ ସତ୍ତ୍ବେ ମହାନ କଳାକାରଙ୍କ ପରଲୋକ ହୋଇଛି।
୧୯୭୧ରେ ଅମିତାଭ ବିଚ୍ଚନଙ୍କ ଫିଲ୍ମ ପରୱାନାରେ ବିକ୍ରମ ଗୋଖଲେ ଡେବ୍ୟୁ କରିଥିଲେ। ୨୦୧୦ରେ ମରାଠୀ ଫିଲ୍ମ ଅନୁମତି ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ମରାଠୀ ଫିଲ୍ମ ଆଘାତର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଗୋଖଲେ ତୁଲାଇ ଥିଲେ।