ଅର୍ଚ୍ଚନା ନାଗ ମାମଲା: ଡ୍ରାଇଭର ଚନ୍ଦନ କହିଲା…
![](https://www.odishalink.com/wp-content/uploads/2022/11/Arachan-Nag-Jagabandhu-750x430.jpg)
ଓଏଲ୍ ବ୍ୟୁରୋ: ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାର ଜୋରଦାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ। ଜେରା ସରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଇଡିକୁ ମୁଁ ସମୂର୍ଣ୍ଣ ସହଯୋଗ କରୁଛି।
ଏହା ପୂର୍ବରୁ ଇଡି ଗତ ୨୫ ତାରିଖରେ ଅର୍ଚ୍ଚନାର ଗୁମର ଖୋଲିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ସମେତ ଡ୍ରାଇଭର ଚନ୍ଦନକୁ ପଚରାଉଚରା କରିଥିଲା। ସେଦିନ ପ୍ରାୟ ୧୪ ଘଣ୍ଟାର ଜେରା ପରେ ଶ୍ରଦ୍ଧାଞ୍ଜଳି ଇଡି ଅଫିସରୁ ବାହାରିଥିଲେ। ସେହିପରି ଇଡି ଡ୍ରାଇଭର ଚନ୍ଦନଙ୍କୁ ୯ ଘଣ୍ଟାର ଜେରା କରିଥିଲା।
ଇଡି କାର୍ଯ୍ୟାଳୟରୁ ବାହାରିଲା ପରେ ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମର ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲା ବେଳେ ଚନ୍ଦନ କହିଥିଲେ ଯେ, ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି।