ବୌଦ୍ଧରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ କର୍ମଚାରୀ
ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବନବିଭାଗ କର୍ମଚାରୀ ମାନେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ।

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ୫୦ ବନବିଭାଗ କର୍ମଚାରୀ ଅଳ୍ପକେ ବଞ୍ଚିଗଲେ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବନବିଭାଗ କର୍ମଚାରୀ ମାନେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ।
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗଞ୍ଜେଇ ମାଫିଆ ଲାଣ୍ଡମାଇନ ଖଞ୍ଜିଥିବା ସୂଚନା। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫୦ ବନ ବିଭାଗ କର୍ମଚାରୀ ଅଳ୍ପକେ ବର୍ତିଯାଇଥିବାବେଳେ ଘଟଣା ସ୍ଥଳରୁ ଅନେକ ବିସ୍ଫୋରକ ସାମଗ୍ରୀ ସହ ତାର ଜବତ କରାଯାଇଛି। ଏହି ଲାଣ୍ଡମାଇନ୍ ବିସ୍ଫୋରଣରେ ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ରହିଥିବାବେଳେ ମାଫିଆମାନେ ବନବିଭାଗ ଗାଡିକୁ ଉଡାଇଦେବାକୁ ଚାଲ୍ କରାଯାଇଥିବାର ସୂଚନା। ବନବିଭାଗ କର୍ମଚାରୀ ଓ ସୁରକ୍ଷାକର୍ମୀ ପ୍ରତିଦିନ ଅନେକ ବେଆଇନ୍ ଗଞ୍ଜେଇ ନଷ୍ଟ କରୁଥିବା ବେଳେ ବନବିଭାଗର ଏହି ପଦକ୍ଷେପ ଗଞ୍ଜେଇ ମାଫିଆଙ୍କୁ ଅଡୁଆରେ ପକାଇଛି।