ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ, ଲୋୟର ପିଏମଜିରେ ଆନ୍ଦୋଳନ
ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିବା ସହ ୨୦୦୧ରୁ ସମସ୍ତ ସ୍ଵେଚ୍ଛାସବୀ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ କରିବା ଦାବିରେ ଆନ୍ଦୋଳନରେ ଶିକ୍ଷକ ସଂଘ

ଓଏଲ୍ ବ୍ୟୁରୋ : ପ୍ରାଥମିକ ଶିକ୍ଷକ ଓ ଶିଷୟିତ୍ରୀମାନେ ନିଜ ଦାବି ପାଇଁ କରୁଛନ୍ତି ଆନ୍ଦୋଳନ। ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ଶିକ୍ଷକଙ୍କ ଦାବି ପୂରଣ ନହେଲେ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଦାବି କରୁଛନ୍ତି। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିବା ସହ ୨୦୦୧ରୁ ସମସ୍ତ ସ୍ଵେଚ୍ଛାସବୀ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ କରିବା ଦାବିରେ ଆନ୍ଦୋଳନରେ ଶିକ୍ଷକ ସଂଘ ।
ଗତକାଲି ପାଖାପାଖି ୧ଲକ୍ଷରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ଦାବି ଉପସ୍ଥାପନା କରିଥିବାବେଳେ ଆଜି ମଧ୍ଯ ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର ଦେଖିବାକୁ ମିଳୁଛି। ନିଜ ନ୍ୟାୟ ଦାବିରେ ବସିଛନ୍ତି ଅନେକ ଶିକ୍ଷକ ବୃନ୍ଦ। ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି। ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥାକୁ ଲାଗୁ କରିବା ସହ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଦିଆଯିବାର ଦାବି ଧରିଛନ୍ତି ଶିକ୍ଷକ ଓ ଶିକଷୟିତ୍ରୀମାନେ। ସରକାର ମାଧ୍ୟମିକ ଶିକ୍ଷକଙ୍କୁ ରେଗୁଲାର କରିଥିବାବେଳେ ପ୍ରାଥମିକ ଶିକ୍ଷକ ଓ ଶିଷୟିତ୍ରୀମାନଙ୍କୁ ରେଗୁଲାର କରିବା ପାଇଁ ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ।