Odisha Link
Bridging the Missing Links in Odisha

ଗାଡି ଚାଳକଙ୍କୁ ଆଶ୍ବସ୍ତି

ଗାଡି ନମ୍ୱରପ୍ଲେଟ ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଶେଷ ତାରିଖ ଥିଲା ହେଲେ ଆଉ ମାସେ ଏହି ଅବଧିକୁ ବୃଦ୍ଧି କରାଯାଇଛି।

ଓଏଲ୍ ବ୍ୟୁରୋ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା। ନମ୍ବର ପ୍ଲେଟ ବଦଳାଇନଥିଲେ ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ିବନି। ବଢ଼ିଲା ନମ୍ବର ପ୍ଲେଟ ଅବଧି।ପୂର୍ବରୁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ ଥିଲା ନମ୍ବର ପ୍ଲେଟ ବଦଳାଇବାର ଶେଷ ତାରିଖ କିନ୍ତୁ ଡିସେମ୍ବର୩୧ ପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ବୃଦ୍ଧି ପାଇଛି।

ଗାଡି ନମ୍ୱରପ୍ଲେଟ ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଶେଷ ତାରିଖ ଥିଲା ହେଲେ ଆଉ ମାସେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ନମ୍ୱର ପ୍ଲେଟ ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କ ଜଣାଇଛନ୍ତି,ଏବେ ବୁକିଂ ପାଇଁ ପ୍ରତିଦିନ ୫୭ ହଜାର ସ୍ଲଟ ଉପଲବ୍ଧ ହେଉଛି ।

ବୁକିଂ କରିଥିବା ବ୍ୟକ୍ତି ଯଦି ସ୍ଲଟ ଅଭାବରୁ ନମ୍ବର ପ୍ଲେଟ ନ ବଦଳାଇଥାଏ ତେବେ ତାକୁ ଡିସେମ୍ବର ମାସରେ ଜୋରିମାନା ଦେବାକୁ ପଡ଼ିବନାହିଁ। ପୂର୍ବରୁ ଏହି ନମ୍ବର ପ୍ଲେଟ ଅବଧିକୁ ୨ ଥର ବଦଳାଇ ସମୟ ବୃଦ୍ଧି କରାଯାଇଥିବାବେଳେ ବର୍ତ୍ତମାନ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେବ।

Leave A Reply

Your email address will not be published.