କମେଣ୍ଟମରାରୁ ଛାତ୍ରଙ୍କୁ ଆକ୍ରମଣ, ଆଇସିୟୁରେ ଛାତ୍ର
ବିଶ୍ୱ ପରୀକ୍ଷା ଦେଇ ଫେରିବା ପରେ ଧମକ ଦେଇଥିବା ଛାତ୍ରମାନେ ବିଶ୍ୱକୁ ରାସ୍ତାରେ ଅଟକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଓଏଲ୍ ବ୍ୟୁରୋ : କମେଣ୍ଟମରାକୁ ପ୍ରତିରୋଧରୁ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଆଇସିୟୁରେ ଜୀବନ ସହ କରୁଛି ସଂଘର୍ଷ। ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଇ ଫେରୁଥିବାବେଳେ କିଛି ଛାତ୍ର ଆକ୍ରମଣ କରିଥିଲେ। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଥିଲେ। ଘଟଣା ଘଟିଛି ବାଲିପାଟଣା ଜୟଦେବ ସ୍କୁଲର ଛାତ୍ର ବିଶ୍ୱରଞ୍ଜନଙ୍କ ସହ।
ବିଶ୍ୱରଂଜନ ସ୍କୁଲ୍କୁ ପରୀକ୍ଷା ଦେବାକୁ ଯାଉଥିବାବେଳେ ରାସ୍ତାରେ କମେଣ୍ଟମରାକୁ ନେଇ କିଛି ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା। ବିଶ୍ୱରଂଜନ ଛାତ୍ରମାନଙ୍କୁ ପ୍ରତିବାଦ କରିଥିଲେ। ପ୍ରତିବାଦ କରିବାରୁ ବିଶ୍ଵଙ୍କୁ କିଛି ପିଲା ଧମକ ଦେଇ ଛାଡିଦେଇଥିଲେ। ବିଶ୍ୱ ପରୀକ୍ଷା ଦେଇ ଫେରିବା ପରେ ଧମକ ଦେଇଥିବା ଛାତ୍ରମାନେ ବିଶ୍ୱକୁ ରାସ୍ତାରେ ଅଟକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।
ଘଟଣା ସ୍ଥଳରେ ବିଶ୍ୱରଂଜନ ଚେତାଶୂନ୍ୟ ହୋଇଯାଇଥିବାବେଳେ ସମ୍ପୃକ୍ତ ଛାତ୍ରମାନେ ବିଶ୍ଵଙ୍କୁ ରାସ୍ତାରେ ଛାଡିପଳାଇଥିଲେ। ଆକ୍ରମଣ ଶିକାର ହୋଇ ଛାତ୍ର ଵିଶ୍ଵ ଅସୁସ୍ଥ ହୋଇପଡିଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶେଷ ତଥ୍ୟରୁ ଯାହା ଜଣା ପଡିଛି ଆଜି ମାଟ୍ରିକ ସମ୍ମେଟିଭର ଶେଷ ପରୀକ୍ଷା ହୋଇଥିବାବେଳେ ବିଶ୍ୱ ଆଇସିୟୁରେ ଭର୍ତ୍ତି ଥିବାରୁ ଶେଷ ପରୀକ୍ଷା ଦେଇପାରିନାହାନ୍ତି।