Odisha Link
Bridging the Missing Links in Odisha

ଦିନିକିଆ ସିରିଜ ହାରିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ବର୍ଷା କାରଣରୁ ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ। ଯାହାଫଳରେ ଦିନିକିଆ ସିରିଜକୁ ୧-୦ରେ କବଜା କରିଛି ନ୍ୟୁଜିଲାଣ୍ଡ। ଟି-୨୦ ସିରିଜର ପ୍ରତିଶୋଧ ଦିନିକିଆରେ ନେଇଛି ନ୍ୟୁଜିଲାଣ୍ଡ।

୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୭ଓ୍ୱିକେଟ୍‌ର ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଏହାପରେ ଥିବା ୨ୟ ଏବଂ ୩ୟ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଥିଲା । ଫଳରେ ଦିନିକିଆ ସିରିଜ୍‌କୁ ୧-୦ରେ ଜିତି ନେଇଛି ନ୍ୟୁଜିଲାଣ୍ଡ।

୩ୟ ଦିନିକିଆରେ ପ୍ରଥମ ବ୍ୟାଟିଂ କରି ମାତ୍ର ୨୧୯ରନ୍‌ କରି ଇଣ୍ଡିଆନ୍‌ ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯେଉଁଥିରେ ସର୍ବାଧିକ ରନ୍‌ ଓ୍ୱାସିଂଟନ୍‌ ସୁନ୍ଦର କରିଥିଲେ। ତାଙ୍କ ପଛକୁ ଶ୍ରେୟସ ଆୟର ରହିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟର କିଓ୍ୱି ବୋଲରଙ୍କ ସାମ୍ନା କରିପାରନଥିଲା । ଶେଷରେ ପୁରା ୫୦ ଓଭର ଖେଳିପାରିନଥିଲା ଟିମ୍‌ ଇଣ୍ଡିଆ। ୪୭ ଓଭର ୩ଟି ବଲ୍‌ରେ ପୁରା ଟିମ୍‌ ୨୧୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।

ସେପଟେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଘରୋଇ (ନ୍ୟୁଜିଲାଣ୍ଡ) ଟିମ୍‌ ପାଓ୍ୱାରପ୍ଲେରେ ନ୍ୟୁଜିଲାଣ୍ଡ ବ୍ୟାଟର କୌଣସି ଓ୍ୱିକେଟ୍‌ ନହରାଇ ଭଲ ସ୍କୋର କରିଥିଲେ। ହେଲେ ଦଳର ୧୬ତମ ଓଭରରେ ଲାଗିଥିଲା ଝଟ୍‌କା। ଫିନ୍‌ ଆଲେନ୍‌ ବ୍ୟକ୍ତିଗତ ଭାବେ ୫୭ ରନ୍‌ କରି ଉମ୍‌ରାନ୍‌ ମଲ୍ଲିକଙ୍କ ଶିକାର ହୋଇଥିଲେ। ଏହାପରେ କିଛି ସମୟ ପାଇଁ ଖେଳ ଚାଲିଥିଲା। ହେଲେ ପୁଣି ବାଧକ ସାଜିଥିଲା ବର୍ଷା। ଯାହାଫଲରେ ମ୍ୟାଚକୁ ବାତିଲ କରିଥିଲେ ଅମ୍ପାୟାର।

Leave A Reply

Your email address will not be published.