ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ, ୨ଜଣ ଗିରଫ
ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଅଧ୍ୟକ୍ଷ ରଂଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ପୁଲିସ ମମିତା ମେହେରଙ୍କ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗିରଫ କରିଛି ପୁଲିସ।

ଓଏଲ୍ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ। ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଅଧ୍ୟକ୍ଷ ରଂଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ପୁଲିସ ମମିତା ମେହେରଙ୍କ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗିରଫ କରିଛି ପୁଲିସ। ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୁଲିସ କୋର୍ଟକୁ ଚାଲାଣ କରିଛି।
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଅନେକ ବିବାଦ ଲାଗିରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାମଲାର ଅନ୍ତ ଘଟିନି। ପୂର୍ବରୁ ଏହି ମମିତା ମେହେର ନିଖୋଜ ପରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡିୟମ ଭିତରୁତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୋବିନ୍ଦକୁ ମଧ୍ୟ ଗିରଫ କରିଥିଲା ପୁଲିସ ହେଲେ ଘଟଣାର ସମ୍ପୂର୍ଣ ଖୁଲାସା ହୋଇନଥିବା ବେଳେ ପୁଲିସର ତଦନ୍ତ ଜାରି ରହିଥିଲା। ପରେ ପୁଲିସ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି।