Odisha Link
Bridging the Missing Links in Odisha

ପ୍ରତିଷ୍ଠା ହେବ ଶିଳ୍ପ ପାର୍କ, ମହିଳା ଉଦ୍ୟୋଗୀ ହେବେ ଉପକୃତ

ମିଶନଶକ୍ତି ଅନ୍ତର୍ଭୁକ୍ତ ଏସଏଚସି ମହିଳାଙ୍କୁ ମିଳିବ ବିନା ସୁଧରେ ଋଣ।

ଓଏଲ୍ ବ୍ୟୁରୋ : ମେକ ଇନ୍ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରତିଷ୍ଠା ହେବ ଶିଳ୍ପ ପାର୍କ। ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। ମିଶନଶକ୍ତି ଅନ୍ତର୍ଭୁକ୍ତ ଏସଏଚସି ମହିଳାଙ୍କୁ ମିଳିବ ବିନା ସୁଧରେ ଋଣ। ଦେଶରେ ନାରୀଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଉଦବୋଧନ।

ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ହେଉଥିବା ଉତ୍ପାଦନକୁ ବିଶ୍ୱ ବଜାରରେ ପହଂଚାଇବା ପାଇଁ ଇ-କମର୍ସ ବ୍ୟବସ୍ତା ଆରମ୍ଭ କରାଯାଇଛି। ମହିଳା ଉଦ୍ୟୋଗୀ ଉତ୍ପାଦକୁ ଇ-କମର୍ସ ବ୍ୟବସ୍ତା ପାଇଁ ଫ୍ଲିପକାର୍ଟ ସହ ଚୁକ୍ତି ସ୍ୱାକ୍ଷର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତି ଜିଲ୍ଲା ଫେଡରେସନ ପାଇଁ ୧କୋଟିର ରିୱାର୍ଡ ମିଳିବ। ପ୍ରତି ବ୍ଲକ ପାଇଁ ୫୦ଲକ୍ଷ ଟଙ୍କାର ଫଣ୍ଡ ମିଳିବ। ପ୍ରତି ପଞ୍ଚାୟତ ପାଇଁ ମାର୍କେଟ କମ୍ପେ୍ଲକ୍ସ ଓ ସ୍ୱତନ୍ତ୍ର ଘର ହେବ ବୋଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.