Odisha Link
Bridging the Missing Links in Odisha

ହିଂସା ଛାଡ଼ି ସଂସାର କଲେ, ୨ ମହିଳା ମାଓବାଦୀ

କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ତତ୍ୱାବଧାନରେ ବିବାହ କରିଛନ୍ତି

ଓଏଲ୍‌ ବ୍ୟୁରୋ: ବନ୍ଧୁକ ଛାଡି ପିନ୍ଧିଲେ ଶଙ୍ଖା ସିନ୍ଦୁର। ଧୂମଧାମ ତଥା ସମସ୍ତ ରୀତିନୀତିରେ ବିବାହ ଚାଲିଥିଲା। ବିବାହ ବନ୍ଧନରେ ବାନ୍ଧି ହେଲେ ହିଂସା ଛାଡ଼ି ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ। ସରକାରଙ୍କ ସହାୟତା ପାଇବା ପରେ ୨ମହିଳା ମାଓବାଦୀ ହିଂସା ତ୍ୟାଗକରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ତତ୍ୱାବଧାନରେ ବିବାହ କରିଛନ୍ତି। ୨ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ହେଲେ ନନ୍ଦିନୀ ଓ କରୁଣା। ନନ୍ଦିନୀ ଦାରିଙ୍ଗବାଡି ଅଂଚଳର ବିନୋଦକୁ ବିବାହ କରିଥିବାବେଳେ କରୁଣା ଜି.ଉଦୟଗିରିର ସ୍ଵପ୍ନେଶ୍ଵର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ଉତ୍ସବରେ ବର ଓ କନ୍ୟା ପକ୍ଷର ଅନେକ ଲୋକ ମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲା ପୋଲିସ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.