ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା ବନବିଭାଗ
ମୃତ ମାଈ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡୁନଥିବାବେଳେ ମୃତ ହାତୀର ଶରୀର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରେ।
![](https://www.odishalink.com/wp-content/uploads/2022/12/SEF-EE-750x430.jpg)
ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ।
ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ ମାଈ ହାତୀର ବନ ବିଭାଗ ଦ୍ବାରା ଠାବ କରାଯାଇଥିବାବେଳେ ହାତୀଟି ପ୍ରାୟ ୨୫ ରୁ ୩୦ ବର୍ଷ ବୟସର ହେବ। ମୃତ ମାଈ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡୁନଥିବାବେଳେ ମୃତ ହାତୀର ଶରୀର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରେ।
ତଦନ୍ତରୁ ଯାହା ଅନୁମାନ କରାଯାଉଛି ହାତୀର ମୃତ୍ୟୁ ପେଟର ପାକସ୍ଥଳୀର ଅସୁବିଧାରୁ ହୋଇଥାଇପାରେ। ହାତୀର ମୃତ ଦେହ ଠାବ ପରେ ହାତୀର ମୃତ ଦେହ ବ୍ୟବଚ୍ଛେଦ ହୋଇଥିଲା। ମୃତ ହାତୀର ବ୍ୟବଚ୍ଛେଦ ସମୟରେ ସ୍ଥାନୀୟ ସରପଞ୍ଚ, ପଡ଼ିଆବାହାଲ ରେଞ୍ଜ ଅଧିକାରୀ, ସମ୍ବଲପୁର ଡିଏଫଓ ଓ ସ୍ଥାନୀୟ ଏସିଏଫ ମଧ୍ଯ ଉପସ୍ଥିତ ଥିଲେ।