ଶ୍ରୀମନ୍ଦିରକୁ ନିଷେଧ ସ୍ମାର୍ଟଫୋନ
ଶ୍ରୀମନ୍ଦିର ଅଧିକାରୀ ଓ ସେବାୟତ ମାନେ କିପ୍ୟାଡ ଫୋନ ବ୍ୟବହାର କରିପାରିବେ।
ଓଏଲ୍ ବ୍ୟୁରୋ: ବାରମ୍ବାର ଶ୍ରୀମନ୍ଦିର ରତ୍ନବେଦୀର ଫଟୋ ଭାଇରାଲ ହେବା ଦେଖିବାକୁ ମିଳିଥିଲା ଏବଂ ମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡିବାକୁ ନେଇ ଅସନ୍ତୋଷ ଦେଖାଇଥିଲା। ଏଭଳି ଘଟଣାପରେ ସ୍ମାର୍ଟଫୋନ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି । ସ୍କାର୍ଟଫୋନ ପାଇଁ କେବଳ ମନ୍ଦିର କମାଣ୍ଡରଙ୍କୁ ଅନୁମତି ମିଳିବ। ଶ୍ରୀମନ୍ଦିର ଅଧିକାରୀ ଓ ସେବାୟତ ମାନେ କିପ୍ୟାଡ ଫୋନ ବ୍ୟବହାର କରିପାରିବେ।
ଶ୍ରୀମନ୍ଦିରରେ ପୂର୍ବରୁ ଭକ୍ତମାନଂକ ପାଇଁ ନିୟମ କଡାକଡି ଥିବାବେଳେ ଭକ୍ତମାନେ ମନ୍ଦିର ଭିତରକୁ ଫୋନ ନେଇପାରୁନଥିଲେ। ବର୍ତମାନ ଶ୍ରୀମନ୍ଦିର ଭିତରକୁ ଯାଇପାରବନି ସ୍ମାର୍ଟ ଫୋନ। ଶ୍ରୀମନ୍ଦିର ଭିତରକୁ କେହି କ୍ୟାମେରାଯୁକ୍ତ ଫୋନ ନେଇପାରିବେ ନାହିଁ। ଶ୍ରୀମନ୍ଦିରରେ ନିୟୋଜିତ ସେବାୟତ, ଜେଟିପି, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ସମସ୍ତେ କିପ୍ୟାଡ ଫୋନ ନେଇପାରିବେ ବୋଲି ସୂଚନା ମିଳିଛି। ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ । ତେବେ ଆସନ୍ତା ବୈଠକରେ ଏହି କଟକଣା ଅନୁମୋଦିତ ହେବା ପରେ ସ୍ମାର୍ଟଫୋନ ନିଷେଧ କଟକଣାକୁ ନୂଆବର୍ଷରୁ ଲାଗୁ କରାଯିବ।