ଲୁଟେରା କଲେ ଆକ୍ରମଣ, ବୃଦ୍ଧ ସ୍ୱାମୀ ମୃତ ଓ ସ୍ତ୍ରୀ ଆହତ
ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ହୋଇଥିବାବେଳେ ମୃତକ ହେଉଛନ୍ତି ହୃଷିକେଶ ମୁଦୁଲି ଓ ଗୁରୁତର ବୃଦ୍ଧା ହେଉଛନ୍ତି କନକଲତା।
ଓଏଲ୍ ବ୍ୟୁରୋ : ରାତି ଅଧରେ ୪ ଦୁର୍ବୁତ୍ତ ଆକ୍ରମଣରେ ବୃଦ୍ଧା ଦମ୍ପତି ମୃତ ଘଟଣା। ବିଳମ୍ବିତ ରାତିରେ ଦମ୍ପତିଙ୍କ କବାଟ ବାଡେଇଥିଲେ ଦୁର୍ବୁତ୍ତ ଏବଂ ଦମ୍ପତି କବାଟ ଖୋଲିବାପରେ ମାରଣାସ୍ତ୍ର ଧରି ୪ ଦୁର୍ବୁତ୍ତ ଘରେ ପଶିଥିଲେ। ଲୁଟେରାମାନେ ଲୁଟପାଟ କରିବା ସହ ବୃଦ୍ଧା ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ଯାହାଦ୍ୱାରା ଘଟଣାସ୍ଥଳରେ ବୃଦ୍ଧବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ବୃଦ୍ଧା ଜଣକ ଗୁରୁତର ଭାବେ ଆହତ ହୋଇଥିବାବେଳେ କଟକ ବଡମେଡିକାଲରେ ଭର୍ତି ହୋଇଛନ୍ତି ।
ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ହୋଇଥିବାବେଳେ ମୃତକ ହେଉଛନ୍ତି ହୃଷିକେଶ ମୁଦୁଲି ଓ ଗୁରୁତର ବୃଦ୍ଧା ହେଉଛନ୍ତି କନକଲତା। ମୃତ ହୃଷିକେଶ ଜଣେ ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୋଇଥିବାବେଳେ ହୃଷିକେଶ ଓ ତାଙ୍କ ପତ୍ନୀ ନିଜର ଜଣେ ସମ୍ପର୍କୀୟ ନାତିଙ୍କ ସହ ରହୁଥିଲେ। ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଲୁଟପାଟ କରିବା ସମୟରେ ଏଭଳି ଘଟଣା ଘଟିଛି।
ଦୁର୍ବୁତ୍ତ ମାନେ ମାରଣାସ୍ତ୍ରରେ ବୃଦ୍ଧାଙ୍କ ଶରୀର ଏବଂ ବେକ ସମେତ ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ଦୁର୍ବୃତ୍ତମାନେ ଆଲମାରିରୁ ସବୁ ସୁନା ଅଳଙ୍କାର ଧରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ପରେ ପୁଲିସ୍ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ।