୪୦୦ ଫୁଟ ତଳେ ଜୀବନ ସହ ଲଢ଼ୁଛି ତନ୍ମୟ, ଚାଲିଛି ଉଦ୍ଧାର କାର୍ଯ୍ୟ
ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ୪ ଦିନ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ।

ଓଏଲ୍ ବ୍ୟୁରୋ : ଫସିଯାଇଛି ୮ବର୍ଷ ପୁଅର ଜୀବନ। ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢ଼ୁଛି ତନ୍ମୟ। ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ୪ ଦିନ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ। ଏହି ଅଘଟଣ ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗ୍ରାମରେ ଏବଂ ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା ଏସଡିପିଆରଏଫ ଟିମ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି।
୮ ବର୍ଷୀୟ ତନ୍ମୟ ଖେଳୁଥିଲା ବେଳେ ବୋରୱେଲ ଭିତରେ ଅଚାନକ ଖସିପଡିଥିଲା। ତନ୍ମୟଙ୍କ ବାପା ସୁନୀଲ ସାହୁ କହିଛନ୍ତି ତନ୍ମୟ ଫାର୍ମରେ ଖେଳୁଥିବା ବେଳେ ଆଉ ଏକ ବିଲକୁ ଯାଇଥିଲେ ଏବଂ ସେଠାରେ ଥିବା ଖୋଲା ବୋର୍ୱେଲ୍ ଭିତରେ ପଡ଼ିଗଲେ। ଏହା ଦେଖି ତାଙ୍କ ଝିଅ ଖବର ଦେଇଥିଲେ ଏବଂ ତନ୍ମୟ ନିଃଶ୍ବାସପ୍ରଶ୍ବାସ ନେଉଥିଲା ଓ ତା’ ପାଟି ବି ସେଠାରେ ସୁବୁଥିବାର ସୂଚନା ଦେଇଛନ୍ତି।
ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ବୋରୱେଲରେ ଫସି ରହିଥିବାରୁ ତାଙ୍କ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ବର୍ତ୍ତମାନ ୪୦୦ ଫୁଟ ତଳେ ଥିବା ତନ୍ମୟର ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ ସହାୟତା କରୁଛନ୍ତି ଏବଂ ଘଟଣାସ୍ଥଳରେ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ’, ହୋମ୍ ଗାର୍ଡ ଓ ସ୍ଥାନୀୟ ପୁଲିସ ଉପସ୍ଥତ ଅଛନ୍ତି।