ହନିଟ୍ରାପ୍ କୁଇନ ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି
ପିଏମଏଲଏ ଆଇନ ସେକ୍ସନ ୧୧ ଦ୍ୱାରା ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି।

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି। ଅର୍ଚ୍ଚନା ନାଗଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି। ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା। କୋର୍ଟରେ ହାଜର ହେବା ପରେ ଅର୍ଚ୍ଚନାକୁ ଗିରଫ କରିଛି ଇଡି। ପୂର୍ବରୁ ଅର୍ଚ୍ଚନାଙ୍କୁ ପୁଲିସ ଗିରଫ କରିଥିଲା।
ସୂଚନା ଅନୁସାରେ ପିଏମଏଲଏ ଆଇନ ସେକ୍ସନ ୧୧ ଦ୍ୱାରା ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି। ଲେଡି ବ୍ଲାକମେଲର ଅର୍ଚ୍ଚନା ପୂର୍ବରୁ କୋର୍ଟରେ ହାଜର ବେଳେ ଅନେକ ବୟାନ ରଖିଥିଲେ ଗଣମାଧ୍ୟମ ସାମ୍ନାରେ। ଇଡିକୁ ତଦନ୍ତରେ ସାହାଯ୍ୟ କରିବାକୁ କହିଥିଲେ ଅର୍ଚ୍ଚନା। ବ୍ଲାକମେଲର ଅର୍ଚ୍ଚନା ୭ଦିନିଆ ରିମାଣ୍ଡରେ ଥିବାବେଳେ ତଦନ୍ତରେ ସାହାଯ୍ୟ କରୁନଥିବା ଇଡି କୋର୍ଟକୁ କହିଲେ। ଅର୍ଚ୍ଚନା ଇଡି ତଦନ୍ତରେ ସହଯୋଗ କରୁନଥିବାରୁ ପୁଣି ୧୫ଦିନ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ।