ଆନ୍ଦୋଳନକାରୀ ଓକିଲ ସଂଘର ସୂଚନା : ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ
ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି
![](https://www.odishalink.com/wp-content/uploads/2022/12/SEF-K-1-750x430.jpg)
ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ଚାଲିଛି ଓକିଲ ସଂଘ ଆନ୍ଦୋଳନ। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଆନ୍ଦୋଳନରୁ ଓହରୁନାହାନ୍ତି ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ। ବାର୍ କାଉନସିଲ୍ ଇଣ୍ଡିଆ ତାଙ୍କୁ ଲାଇସେନ୍ସ ପ୍ରଦାନ କରିନି। ଓଡ଼ିଶା ବାର କାଉନସିଲ ଓକିଲମାନଙ୍କୁ ଲାଇସେନ୍ସ ଦେଇଛି, ତେଣୁ ସେଠୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ମାନିବୁ ନାହିଁ ବୋଲି କହିଛନ୍ତି ସଭାପତି ପ୍ରଦୀପ ବେହେରା।
ସମ୍ବଲପୁରରେ ଜାରି ରହିବ ଆଇନଜୀବୀଙ୍କ ଆନ୍ଦୋଳନ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଲୋକଙ୍କ ସମର୍ଥନକୁ ନେଇ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏହି ଆନ୍ଦୋଳନକୁ ନେଇ ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି।
ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କିଛି ଆଇନଜୀବୀଙ୍କୁ ଗିରଫ କରିଛି। ପୂର୍ବରୁ ଆନ୍ଦୋଳନରେ ଆଇନଜୀବୀଙ୍କ ସହ କିନ୍ନର ଓ ସାଧାରଣ ଲୋକ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟର ତାଗିଦ ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରି ନଥିବା ବେଳେ ଆନ୍ଦୋଳନ ଆହୁରି ଜୋର ଚାଲିବ ବୋଲି କହିଛନ୍ତି।