ଚଳନ୍ତା ଗାଡିରୁ ଛାତ୍ରୀଙ୍କ ଉପରେ ଏସିଡ ମାଡ କଲେ ଦୁର୍ବୁତ୍ତ
ସାନ ଭଉଣୀ ସହ ଛିଡ଼ା ହୋଇଥିବା ବେଳେ ହଠାତ୍ ଦୁଇ ଜଣ ଅଜଣା ଯୁବକ ସେମାନଙ୍କ ପାଖରେ ପହଞ୍ଚି, ଏସିଡ୍ ବୋତଲ ଖୋଲି ଫିଙ୍ଗିଥିଲେ

ଓଏଲ୍ ବ୍ୟୁରୋ : ଏସିଡ ମାଡ଼ରେ ଦେଶରେ ଅନେକ ପୀଡିତା ରହୁଥିବାବେଳେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଥିବା ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ଆଜି ସକାଳୁ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ପରେ ଖବର ପାଇ ପୁଲିସ ଜଣଙ୍କୁ ଅଟକ ରଖିବାସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଏସିଡ ମାଡ଼ ହେବା ପରେ ବୁଧବାର ସକାଳ ୯ଟା ବେଳେ ପୁଲିସ୍ କଣ୍ଟ୍ରୋଲ ରୁମକୁ ଜଣେ ଝିଅ ଉପରେ ଏସିଡ ମାଡ଼ ହୋଇଥିବା ଫୋନ ଆସିଥିଲା। ପାଖାପାଖି ସକାଳ ୭.୩୦ରେ ପୀଡିତାଙ୍କ ଉପରେ ଏସିଡ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି। ପୀଡିତା କହିଛନ୍ତି ସେ ତାଙ୍କର ସାନ ଭଉଣୀ ସହ ଛିଡ଼ା ହୋଇଥିବା ବେଳେ ହଠାତ୍ ଦୁଇ ଜଣ ଅଜଣା ଯୁବକ ସେମାନଙ୍କ ପାଖରେ ପହଞ୍ଚି, ଏସିଡ୍ ବୋତଲ ଖୋଲି ଫିଙ୍ଗିଥିଲେ ଦୁର୍ବୁତ୍ତ। ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସାଳୟ ନିଆଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା କାର୍ଯ୍ୟ ଚାଲିଛି। ଘଟଣା ପରେ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା ଏବଂ ବର୍ତ୍ତମାନ ଏହାର ତଦନ୍ତ ପାଇଁ ଜଣଙ୍କୁ ଅଟକ ରଖି ପଚାର ଉଚରା କରୁଛି ପୁଲିସ।