ସାମ୍ନାକୁ ଆସିଲା ଭାରତ-ଚୀନ ସଂଘର୍ଷର ଭିଡିଓ, ଭାରତକୁ ଆମେରିକାର ସମର୍ଥନ
ଉତ୍ତେଜନା ହ୍ରାସ କରିବାକୁ ଭାରତ ନେଉଥିବା ପଦକ୍ଷେପକୁ ଆମେରିକା ସମର୍ଥନ କରିବା ସହ ଆମେରିକା ସବୁବେଳେ ସହଯୋଗୀଙ୍କ ସୁରକ୍ଷା କରିବ

ଓଏଲ୍ ବ୍ୟୁରୋ : ଭାରତ ଓ ଚୀନ ସେନା ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ମୁହାଁମୁହିଁ ହୋଇଥିଲେ। ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତ ଓ ଚୀନର ବିବାଦ ଚରମ ସୀମାରେ ପହଂଚିଥିବାବେଳେ ଆମେରିକା ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛି।
ଉଭୟ ଦେଶକୁ ଶାନ୍ତି ବଜାୟୀ ରଖିବାକୁ ପରାମର୍ଶ ଦେଇଥିବାବେଳେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ଆମେରିକା। ଉତ୍ତେଜନା ହ୍ରାସ କରିବାକୁ ଭାରତ ନେଉଥିବା ପଦକ୍ଷେପକୁ ଆମେରିକା ସମର୍ଥନ କରିବା ସହ ଆମେରିକା ସବୁବେଳେ ସହଯୋଗୀଙ୍କ ସୁରକ୍ଷା କରିବ ବୋଲି ମତ ପ୍ରକାଶ କରିଛି। ଉଭୟ ପକ୍ଷର ସଂଘର୍ଷ ଶୀଘ୍ର ବିଚ୍ଛନ୍ନ ହୋଇଥିବାରୁ ଖୁସି ପ୍ରକାଶ କରିଛି ଆମେରିକା। ଏଲଏସିରେ ହେଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।