ସୁପ୍ରିମକୋର୍ଟ ଶୁଣାଣି : ଓଡିଶାରେ ହେବନି ହାଇକୋର୍ଟ ବେଞ୍ଚ
ମାମଲାର ଶୁଣାଣି ବେଳେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଓକିଲ ଆନ୍ଦୋଳନ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁନୀଲ ବଂଶଲ ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ହାଜର ହୋଇଥିଲେ। ପୂର୍ବରୁ ଉଭୟଙ୍କୁ ଆଜି ହାଜର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଥିଲେ। ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୁ ଆଇଜି ଅବଗତ କରିଥିଲେ। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ପୋଲିସ ଉପସ୍ଥିତ ସତ୍ତ୍ୱେ ଭଙ୍ଗାରୁଜାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା।
ସୁପ୍ରିମକୋର୍ଟ କହିଛନ୍ତି ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ଦାୟିତ୍ୱ ତେଣୁ ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ। ଓକିଲ ଆନ୍ଦୋଳନକୁ ନେଇ ପୂର୍ବରୁ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ କିଛି ଆନ୍ଦୋଳନକାରୀଙ୍କୁ କୋର୍ଟର ନିର୍ଦ୍ଦେଶ ଅନୁସାରେ ଗିରଫ କରିଥିଲେ ମଧ୍ୟ ଓକିଲ ଆନ୍ଦୋଳନ ଆନ୍ଦୋଳନ ଥମି ନଥିଲା। ଏହି ଆନ୍ଦୋଳନକୁ ନିୟନ୍ତ୍ରଣ ହୋଇପାରୁନଥିବାରୁ ସୁପ୍ରିମକୋର୍ଟ ପୁଲିସ ବିଭାଗକୁ କହିଛନ୍ତି ଏହା ପୁଲିସର ଚରମ ବିଫଳତା। ନିଃସର୍ତ୍ତରେ ଆଇନୀଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।