ରାଜ୍ୟ ରାଜନୀତିରେ ମଣ୍ଡି-ରେଳ ପ୍ରସଙ୍ଗ
![](https://www.odishalink.com/wp-content/uploads/2022/12/Untitled-design-750x430.png)
ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପରେ ପୁଣିଥରେ ଆକ୍ସନ ମୁଡରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି । ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ କାଉଣ୍ଟର କରିବା ସହିତ ଦୋଷ ଲଦାଲଦି ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ମଣ୍ଡି ସମସ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳ ବିଜେଡି ରେଳ ଅବହେଳା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛି ।
ଭାରତୀୟ ଜନାତ ପାର୍ଟିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, ନିର୍ବାଚନ ସରିବା ପରେ ବିଜେଡି ସରକାରୀ ଚାଷୀମରଣ ଯଜ୍ଞ କରୁଛନ୍ତି। ଏମଏସପି ରେଟ ଚାଷୀଙ୍କୁ ମିଳୁନି। ଏନେଇ ଆନ୍ଦୋଳନ କରିବ ଦଳ। ଆସନ୍ତା ୨୧ ତାରିଖରେ ରାଜ୍ୟର ୫୮ଟି ଉପ ଜିଲ୍ଲାପାଳ ଅଫିସରେ ଦଳ ଦାବିପତ୍ର ଦେବ। ୨୨ରୁ ୨୮ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ କରିବ ବିଜେପି। ଦଳୀୟ କର୍ମୀ ମଣ୍ଡିକୁ ଯାଇ ପ୍ରଶ୍ନ କରିବେ। ଦାବି ପୂରଣ ନହେଲେ ଜାନୁଆରୀରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।
ଅନ୍ୟପଟେ କେନ୍ଦ୍ରାପଡାକୁ ମାଲବାହୀ ଟ୍ରେନ ଗଡିଲା କିନ୍ତୁ କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ ? ଏଭଳି ପ୍ରଶ୍ନ ପଚାରି କେନ୍ଦ୍ରକୁ ଘାଇଲା କରିଛି ବିଜେଡି। ମାର୍ଶାଘାଇରେ ଗୋଟିଏ ପଟେ ଟ୍ରେନ ଚଳାଚଳ ନେଇ ଆନ୍ଦୋଳନ ହେଉଥିବା ବେଳେ ବିଜେଡି ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଘେରିଛି। ବିଜେଡି କହିଛି, କେନ୍ଦ୍ର ସରକାରଙ୍କୁ ଯୋଗୁଁ କେନ୍ଦ୍ରପଡ଼ା, ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ୍ ଗଡ଼ିପାରୁନି କିନ୍ତୁ ୨୦୨୦ରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳପଥରେ ମାଲବାହୀ ଟ୍ରେନ ଚାଲୁଛି। ପ୍ରତିଦିନ ୨୦ ମାଲବାହୀ ଟ୍ରେନ ଚଳାଚଳ କରୁଛି ତେବେ ଯାତ୍ରୀବାହୀ ଟ୍ରେନ କାହିଁକି ଯାଇପାରୁନି ବୋଲି ବିଜେଡି ପ୍ରଶ୍ନ କରିଛି ।