ଆଜିଠୁ ଅଫ୍ଲାଇନରେ ହକି ବିଶ୍ୱକପ୍ ଟିକେଟ ଉପଲବ୍ଧ
ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଟିକେଟ ବିକ୍ରି ହେବା ନେଇ ସୂଚନା

ଓଏଲ୍ ବ୍ୟୁରୋ : ଓଡ଼ିଶାରେ ଜାନୁଆରୀ ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଯାହାକୁ ନେଇ ହକି ପ୍ରେମୀ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିବାବେଳେ ଆଜିଠୁ ଅଫ୍ଲାଇନରେ ମିଳିବ ହକି ଟିକେଟ। ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟରେ ମିଳିବ ଟିକେଟ। ସେଇଭଳି ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ଟିକେଟ ଉପଲବ୍ଧ ହେବ। ଟିକେଟ ବିକ୍ରି ହେବାର ସମୟ ହେଉଛି ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ। ହକି ଇଣ୍ଡିଆ ଅଫ୍ଲାଇନରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ। ପୂର୍ବରୁ ନଭେମ୍ବର ୨୫ରୁ ଅନ୍ଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଥିବାବେଳେ ଏହା ଆଜିଠୁ ଅଫ୍ଲାଇନରେ ହକି ପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ।