ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ
ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି।

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି। ପୂର୍ବରୁ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବାବେଳେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଜଗବନ୍ଧୁଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି। ୫ ଦିନ ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡି କରିବ ଆବେଦନ।
ଅର୍ଚ୍ଚନା ନାଗ ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଥିବାବେଳେ ଇଡି ଏହି ମାମଲାରେ ଅନେକଙ୍କୁ ଜେରା କରି ସାରିଛି। ଅର୍ଚ୍ଚନାଙ୍କୁ ରିମାଂଡରେ ନେଇ ତଦନ୍ତ କଲାବେଳେ ଅର୍ଚ୍ଚନା ତଦନ୍ତରେ ସାହାଯ୍ୟ କରୁନଥିବା ଇଡି କୋର୍ଟରେ କହିଥିଲେ। ବର୍ତ୍ତମାନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି। ଇଡିର ତଦନ୍ତ ଜାରି ରହିଥିବାବେଳେ ଘଟଣାର ସତ୍ୟାସତ୍ୟ ବର୍ତ୍ତମାନ ସୁଦ୍ଧା ଇଡି ପ୍ରକାଶ କରିନାହିଁ।