ହିନ୍ଦୁମାନେ ଘରେ ଛୁରୀ ରଖନ୍ତୁ : ବିଜେପି ସାଂସଦ

ଓଏଲ୍ ବ୍ୟୁରୋ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ। ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଅପିଲ କହିବା ସହ, ସମୟ ଆସିଲେ ଏହାର ବ୍ୟବହାର କରିବାକୁ ବି ଆହ୍ୱାନ ଦେଇଛନ୍ତି । କର୍ଣ୍ଣାଟକରେ ଆୟୋଜିତ ହିନ୍ଦୁ ଜାଗରଣ ସଭାରେ ଯୋଗ ଦେଇ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଯେ, ହିନ୍ଦୁ ମାନେ ଘରେ ଛୁରୀ ରଖିବା ଦରକାର, ସମୟ ଆସିଲେ ଏହାର ବ୍ୟବହାର ମଧ୍ୟ କରିବା ଦରକାର।
ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, “ଅସ୍ତ୍ରଶସ୍ତ୍ର ଘରେ ରଖ। ଯଦି କିଛି ନ ମିଳୁଛି, ତା’ହେଲେ ପରିବାର କାଟିବା ପାଇଁ ବ୍ୟବହୃତ ହେଉଥିବା ଛୁରୀକୁ ଧାରୁଆ କର। କେତେବେଳେ କେଉଁ ପରିସ୍ଥିତି ଉପୁଜିବ, ସେକଥା କେହି ଜାଣି ନାହାନ୍ତି। ସମସ୍ତଙ୍କର ଆତ୍ମରକ୍ଷାର ଅଧିକାର ରହିଛି।
ସେ ଆହୁରି କହିଛନ୍ତି, “ସନ୍ୟାସୀ କୁହନ୍ତୁ ଏହି ବିଶ୍ୱକୁ ଭଗବାନ ସୃଷ୍ଟି କରନ୍ତି। ସମସ୍ତ ଅତ୍ୟାଚାରୀ ଓ ପାପିଷ୍ଠଙ୍କୁ ଶେଷ କର। ଯଦି ଆମେ ନ ପାରିବା, ତା’ହେଲେ ଭଲ ପାଇବାର ଉପଯୁକ୍ତ ସଂଜ୍ଞା ଏଠାରେ ତିଷ୍ଟି ପାରିବ ନାହିଁ। ତେଣୁ ଯେଉଁମାନେ ଲଭ ଜିହାଦରେ ସାମିଲ ଅଛନ୍ତି, ସେମାନଙ୍କୁ ତାଙ୍କରି ଭାଷାରେ ଜବାବ ଦିଅ। ଆପଣମାନେ ନିଜ ଝିଅମାନଙ୍କର ସୁରକ୍ଷା କରନ୍ତୁ। ସେମାନଙ୍କୁ ଉପଯୁକ୍ତ ସଂସ୍କାର ଦିଅନ୍ତୁ।”
ସେ ଆହୁରି କହିଛନ୍ତି , “ଲଭ ଜିହାଦ। ସେମାନଙ୍କର ପରମ୍ପରା ହେଲା ଜିହାଦ। ଯଦି ସେମାନେ କିଛି କରି ପାରନ୍ତି ନାହିଁ, ତେବେ ଲଭ ଜିହାଦ କରନ୍ତି। ଯଦି ସେମାନେ ଭଲ ପାଆନ୍ତି, ତା’ହେଲେ ସେଥିରେ ବି ଜିହାଦ କରନ୍ତି। ଆମେ(ହିନ୍ଦୁ) ମଧ୍ୟ ଭଲ ପାଉ। ଭଗବାନକୁ ଭଲ ପାଅ। ଜଣେ ସନ୍ୟାସୀ ନିଜ ଭଗବାନଙ୍କୁ ଭଲ ପାଆନ୍ତି।”