ପ୍ରଳୟ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ
କ୍ଷେପଣାସ୍ତ୍ରକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ

ଓଏଲ୍ ବ୍ୟୁରୋ : ଭାରତୀୟ ସେନାର ଶକ୍ତି ବଢାଇବା ପ୍ରଳୟ। ଚୀନ ସୀମାରେ ଉତ୍ତେଜନା ପରେ ସୀମା ବିବାଦକୁ ସାମ୍ନା କରିବା ପାଇଁ ପ୍ରଳୟ ମିଜାଇଲକୁ ମଞ୍ଜୁରୀ। ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି ନେଇଥିବାବେଳେ ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିସାଇଲ୍। ପ୍ରତିରକ୍ଷା ମନ୍ତ୍ରାଳୟ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି।
ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଥିବାବେଳେ ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ। ଏହାର ସଫଳ ପରୀକ୍ଷଣ ହୋଇସାରିଥିବାବେଳେ ଏହି କ୍ଷେପଣାସ୍ତ୍ର ୩୫୦ରୁ ୭୦୦ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ ବୋଲି କୁହାଯାଇଛି । ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାର ଶକ୍ତି ବଢାଇବ।