କୋଭିଡ କଟକଣାରେ ଓଡ଼ିଶାରେ ହେବ ୧୦ମ ଓ ଦ୍ୱାଦଶ ପରୀକ୍ଷା
କୋଭିଡ ନିୟମ ସହ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଓଏଲ୍ ବ୍ୟୁରୋ : ଚୀନରେ ବ୍ୟାପୁଥିବା କରୋନାର ନୂଆ ଭୂତାଣୁକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦେଶୀ ଫେରନ୍ତା ଭାରତୀୟ କରୋନା ପଜିଟିଭ ଥିବା ଜଣା ପଡିଥିଲା। ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥି ମଧ୍ୟରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଗକୁ ଦଶମ ବୋର୍ଡ ପରୀକ୍ଷା ଏବଂ ଦ୍ୱାଦଶ ପରୀକ୍ଷା ଥିବାରୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ କରୋନା ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ। କୋଭିଡ ନିୟମ ସହ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ବଢୁଥିବା ସଂକ୍ରମଣକୁ ନଜରରେ ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସତର୍କ ରହିବ ସହ ସାମାଜିକ ଦୂରତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।