ଓଡ଼ିଶା ବୁଲି ଆସିଥିବା ୨ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
![](https://www.odishalink.com/wp-content/uploads/2022/12/Pavel-Antov-Russian-MP-found-dead-in-Odisha-750x430.jpg)
ଓଏଲ୍ ବ୍ୟୁରୋ: ରୁଷ୍ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏବେ ଏହି ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ । ଏନେଇ ଆଜି ଡିଜିପି ସୂଚନା ଦେଇଛନ୍ତି ।
ଡିଜି ସୁନୀଲ ବଂଶଲ କହିଛନ୍ତି, ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୂରା ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଭରି ହୋଇ ରହିଛନ୍ତି। ରାୟଗଡ଼ାକୁ ବୁଲିବା ନିମନ୍ତେ ଆସିଥିବା ୪ ରୁଷୀୟ ପର୍ଯ୍ୟଟକଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୃଦ୍ଘାତରୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ପୂରା ରିପୋର୍ଟ ମିଳିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି ।
ପର୍ଯ୍ୟଟକଙ୍କ ଯେଉଁ ହୋଟେଲ୍ରେ ମୃତ୍ୟୁ ହୋଇଥିଲା ସେଠାରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ତାଙ୍କ ସହ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି, ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ତଦନ୍ତ ଚାଲୁ ରହିଛି। ଖୁବ୍ଶୀଘ୍ର ତଦନ୍ତ ରିପୋର୍ଟ ସମସ୍ତଙ୍କ ଆଗକୁ ଆସିବ। ମୃତଦେହ ମିଳିବା ପରେ ଏହାର ଭିଡିଓ ରେକଡିଂ କରାଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।
ରୁଷ୍ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ନିଜର ଜନ୍ମଦିନ ପାଳନ ପାଇଁ ରୁଷର ଏହି ସାଂସଦ ବନ୍ଧୁମାନଙ୍କ ସହ ଓଡ଼ିଶା ଆସି ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିଲେ। ଶନିବାର ଦିନ ହୋଟେଲ ସ୍ବିମିଂ ପୁଲରୁ ତାଙ୍କର ରକ୍ତାକ୍ତ ଶବ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ସେ ହୋଟେଲ ଝର୍କାରୁ ଖସି ପଡ଼ିଛନ୍ତି ବୋଲି କୋଲାକାତାରେ ଥିବା ରୁଷୀୟ କନ୍ସୁଲ ଜେନେରାଲ ଆଲେକ୍ସି ଇଦାମକିନ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ରାୟଗଡାରେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ସହ ଆସିଥିବା ଭ୍ଲାଦିମିରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।