ଅନୁଗୁଳ ବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ
![](https://www.odishalink.com/wp-content/uploads/2022/12/SEF-n-p-750x430.jpg)
ଓଏଲ୍ ବ୍ୟୁରୋ : ଅନୁଗୁଳରେ ମୁଖ୍ୟମନ୍ତ୍ରୀ। ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି। ଏହାଦ୍ବାରା ୭୫ ହଜାରରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ଏସଏଚଜି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ। ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।
ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଦେଶର ଆଗୁଆ ଜିଲ୍ଲା। ଏଠାରେ ଅନେକ ଶିଳ୍ପ ରହିଛି। ନିଯୁକ୍ତି ସୁଯୋଗ ବଢିଛି, ଅର୍ଥନୀତି ଆଗକୁ ବଢିଛି। ଏବେ ଅନୁଗୁଳରେ ୧୮୦୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି। ଯାହା ଜିଲ୍ଲାର ବିକାଶ ଧାରାକୁ ଆହୁରି ମଜବୁତ କରିବ। ଅନୁଗୁଳ ଜିଲ୍ଲାରେ ୨ଟି ବଡ ପାନୀୟ ଜଳ ପ୍ରକଳ୍ପ କରାଯିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି।