ହକି ବିଶ୍ୱକପ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଲେ ପ୍ରେମ୍ ଆନନ୍ଦ
ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ପ୍ରେମାନନ୍ଦ ଏହାର ରଚନା କରିଛନ୍ତି
ଓଏଲ୍ ବ୍ୟୁରୋ : ହକି ବିଶ୍ୱକପକୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ହକି ଆନ୍ଥେମ ପାଇଁ ନିର୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ପ୍ରେମ ଆନନ୍ଦ। ଆସନ୍ତା ୧୧ ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। ହକି ଆନ୍ଥେମ କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।
ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ପ୍ରେମାନନ୍ଦ ଏହାର ରଚନା କରିଛନ୍ତି ବୋଲି ଜଣା ପଡିଛି। ଫେଡେରେସନ ଅଫ ଇଣ୍ଡିଆନ ହକି ପ୍ରସ୍ତୁତ ସଙ୍ଗୀତରେ ସ୍ୱର ସଂଯୋଜନା କରି ରାଜ୍ୟ ସହ ଦେଶ ପାଇଁ ଗୌରବ ଆଣିଛନ୍ତି ପ୍ରେମାନନ୍ଦ। ମୁମ୍ବାଇରେ ଗୀତଟିର ରେକଡିଂ ସହିତ ଭିଡିଓ ସୁଟିଂ ହୋଇଛି। ଓଡ଼ିଶା ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରି ନୂଆ ରେକର୍ଡ କରିଛି । ହକି ବିଶ୍ୱକପକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିବାବେଳେ ବିଶ୍ୱକପ ଆରମ୍ଭକୁ ଅପେକ୍ଷା କରାଯାଇଛି।