Odisha Link
Bridging the Missing Links in Odisha

ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କର ଦେହାନ୍ତ

ହୃଦଘାତ କାରଣରୁ ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କ ଦେହାନ୍ତ

ଓଏଲ୍‌ ବ୍ୟୁରୋ : ବଲିଉଡର ଜଣେ ପ୍ରସିଦ୍ଧ ପ୍ରଯୋଜକଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।। ହୃଦଘାତ କାରଣରୁ ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କ ଦେହାନ୍ତ ହେବା ଜଣା ପଡିଛି। ସୂଚନା ଅନୁସାରେ ଡିସେମ୍ବର ୩ ତାରିଖରେ ନୀତିନ ମନମୋହନଙ୍କର ହୃଦଘାତ ହେବାପରେ କୋକିଲା ଧୀରୁଭାଇ ଅମ୍ବାନୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ତାଙ୍କର ମୃତ୍ୟୁ ହୋଇଛି। ନୀତିନ ମନମୋହନ ବଲିଉଡର ପ୍ରସିଦ୍ଧ ଅଭିନେତା ମନମୋହନଙ୍କ ପୁଅ। ମନମୋହନ ବଲିଉଡରେ ବ୍ରହ୍ମଚାରୀ, ଗୁମନାମ୍ ଓ ଜମାନା ଭଳି ସିନେମାରେ ଅଭିନୟ କରିଥିଲେ। ସେହିଭଳି ତାଙ୍କ ପୁଅ ନୀତିନ ମନମୋହନ ମଧ୍ୟ ବଲିଉଡର ଜଣେ ପ୍ରସିଦ୍ଧ ସିନେ ପ୍ରଯୋଜକଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଅନେକ ଗୁଡିଏ ବଲିଉଡ ସିନେମା ନିର୍ମାଣ କରିଥିବାବେଳେ ‘ବୋଲ ରାଧା ବୋଲ’, ‘ଲାଡଲା’ ଓ ଦଶ ଭଳି ସିନେମା ନିର୍ମାଣ କରି ବେଶ୍ ଚର୍ଚ୍ଚାରେ ଥିଲେ। ତାଙ୍କ ମୃତ୍ୟ ଖବରରେ ସିନେମା ଜଗତରେ ଦୁଃଖର ଛାୟା ଖେଳି ଯାଇଛି।

Leave A Reply

Your email address will not be published.