ସିରମ୍ ଇନଷ୍ଟିଚ୍ୟୁଟ ଦେବ ୨କୋଟି ମାଗଣା ଟିକା
କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍ ମାଗଣାରେ ଯୋଗାଇ ଦେବ
![](https://www.odishalink.com/wp-content/uploads/2020/12/Vaccine-2.jpg)
ଓଏଲ୍ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀକୁ ନଜରରେ ରଖି ସରକାର ଦେଶ ବାସୀଙ୍କୁ ସତର୍କ ରହିବାକୁ ଉଦ୍ବୋଧନ ଦେଇଥିଲେ ସରକାର। ବର୍ତ୍ତମାନ କରୋନା ଟିକାକୁ ନେଇ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛି ସିରମ୍ ଇନଷ୍ଟିଚ୍ୟୁଟ। କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍ ମାଗଣାରେ ଯୋଗାଇ ଦେବ ସିରମ୍ ଇନଷ୍ଟିଚ୍ୟୁଟ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ସମ୍ପର୍କିତ ଏକ ଚିଠି ଲେଖିଛନ୍ତି, ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସରକାରୀ ଯୋଗାଣ ବିଭାଗ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ।
ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏଯାବତ କେନ୍ଦ୍ର ସରକାରଙ୍କୁ ୧୭୦ କୋଟିରୁ ଅଧିକ କୋଭିସିଲ୍ଡ ଡୋଜ୍ ଦିଆଯାଇଥିଲା। ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସରେ ଦେଶରେ କରୋନା ସଂକ୍ରମଣ ବେଶ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଥିବା କୁହାଯାଉଛି। ପୂର୍ବରୁ ଦେଶରେ ୩୯ଜଣ ବିଦେଶ ଫେରନ୍ତା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ସରକାର କରୋନା ପରିସ୍ଥିତି ସାମ୍ନା କରିବା ପାଇଁ କରୋନା କଟକଣା ପାଳିବା ସହ ସତର୍କ ରହିବାକୁ କହିଥିଲେ।