ପାକିସ୍ତାନୀ ପତାକା ଜାଳିଲେ ଶିବସେନା ସମର୍ଥକ
ଯବାନଙ୍କ ସାହାସିକତା ସହ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ଶିବସେନା ସମର୍ଥକ ଯବାନଙ୍କୁ ଧନ୍ୟବାଦ

ଓଏଲ୍ ବ୍ୟୁରୋ : ଭାରତ ମାତା କି ଜୟ ନାରା ଦେଲେ ଶିବସେନା ସମର୍ଥକ। ପାକିସ୍ତାନ ମୁର୍ଦ୍ଦାବାଦ୍ , ଆତଙ୍କବାଦ ହାଏ ହାଏ କହି ପାକିସ୍ତାନୀ ପତାକାକୁ ଜାଳିଲେ ଶିବସେନା ସମର୍ଥକ। ଦେଶରୁ ଆତଙ୍କୀଙ୍କ ଠାରୁ ଦୂରେଇ ରଖିଥିବା ପୁଲିସ୍ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ସୁରକ୍ଷାକର୍ମୀଙ୍କ ପାଇଁ ଶାନ୍ତିର ନିଦରେ ସୋଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଛି।
ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୩ ଆତଙ୍କୀ। ସୂଚନା ଅନୁସାରେ ଟ୍ରକରେ ବିପୁଳ ମାରଣାସ୍ତ୍ର ଧରି ଆସିବା ପରେ ଘରେ ଲୁଚିଥିଲେ ଆତଙ୍କବାଦୀ। ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଥିଲେ। ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସିବାବେଳେ ସୁରକ୍ଷା କର୍ମୀ ଚେକିଂ କରିବା ସମୟରେ ଆତଙ୍କୀମାନେ ଫାୟାରିଂ କରିବା ସହ ଠେଲାପେଲା ଗଣ୍ଡଗୋଳ କରିଥିଲେ।
ପରେ ପୋଲିସ ଏନକାଉଣ୍ଟର ଆରମ୍ଭ କରିଥିଲା ଯାହା ଦ୍ୱାରା ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ। ଯବାନଙ୍କ ସାହାସିକତା ସହ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ଶିବସେନା ସମର୍ଥକ ଯବାନଙ୍କୁ ଧନ୍ୟବାଦ ଦେଇଥିବା ଜଣା ପଡିଛି। ବାରମ୍ବାର ହେଉଥିବା ଏହି ଭଳି ଆତଙ୍କୀ ଆକ୍ରମଣକୁ କଡା ଜବାବ ଦିଆଯାଉ ବୋଲି କହିଛନ୍ତି ଶିବସେନା ସମର୍ଥକ।