ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା
ସବିଶେଷ ପରୀକ୍ଷା ବିବରଣୀ ବୋର୍ଡର ୱେବସାଇଟରେ ଉପଲବ୍ଧ ରହିଛି

ଓଏଲ୍ ବ୍ୟୁରୋ : ଘୋଷଣା ହେଲା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବା ନେଇ ସୂଚନା।
ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବା ନେଇ ସୂଚନା ଜାରି କରାଯାଇଛି। ସବିଶେଷ ପରୀକ୍ଷା ବିବରଣୀ ବୋର୍ଡର ୱେବସାଇଟରେ ଉପଲବ୍ଧ ରହିଛି। ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ପ୍ରବେଶ ପତ୍ର ଏବଂ ରୋଲ ନଂ ଆସନ୍ତା ଜାନୁଆରୀ ମାସରେ ଜାରି କରାଯିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି।