୩ଦିନ ପରେ ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି
![](https://www.odishalink.com/wp-content/uploads/2021/08/Lingaraj_temple.jpg)
ଓଏଲ୍ ବ୍ୟୁରୋ : ମନ୍ଦିରର ସେବା ପ୍ରତିନିଧିଙ୍କ ଦ୍ୱାରା ୩ହେବ ବନ୍ଦ ଥିଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି। ଏହାକୁ ନେଇ ସର୍କିଟ ହାଉସ ଦ୍ୱାରା ବୈଠକ କରାଯାଇଥିଲା। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି। ପୂର୍ବରୁ ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ଦେଇଥିଲା ବିବାଦ। ପରେ ଏହି ଘଟଣାକୁ ନେଇ ୩ ଦିନ ଧରି ଚାଲିଥିଲା ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା। ଏହି ଘଟଣାକୁ ନେଇ ବୈଠକ ପରେ ସମାଧାନର ବାଟ ବାହାରିଥିଲା। ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି।
ଲିଙ୍ଗରାଜ ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦ ଦେଖା ଦେଇଥିଲା। ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା। ପରମ୍ପରା ଅନୁସାରେ ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯାଏ କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହୋଇଥିଲା।
ଅନ୍ୟପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି, ସମସ୍ତ ଭୋଗକୁ ପୋତାଯାଇଛି। ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ। ଏହି ବିବାଦ କାରଣରୁ ମନ୍ଦିରର ନୀତିକାନ୍ତି ବନ୍ଦ ରହିଥିଲା ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଥିଲେ। ଅଚଳାବସ୍ଥା ତୁଟାଇବାକୁ କାଲି ବୈଠକ ଡାକିଥିଲେ ପ୍ରଶାସନ, କିନ୍ତୁ ବୈଠକକୁ ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନଥିଲା। ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦ୍ୱାରା ମନ୍ଦିରର ନୀତିକରନ୍ତି ଆରମ୍ଭ ହୋଇଛି।