ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ ସୁନା ଖଣି ଠାବ
ବୁନ୍ଦେଲଖଣ୍ଡର ଅନ୍ୟ କିଛି ଅଞ୍ଚଳରେ ସୁନାଖଣି ଥିବା ଆଶଂକା ଥିବାରୁ ଖଣିଜ ବିଭାଗ ସର୍ଭେ ଆରମ୍ଭ

ଓଏଲ୍ ବ୍ୟୁରୋ : ସାରା ବିଶ୍ୱରେ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଖଣିଜ ସଂପଦ ପାଇଁ ବେଶ ପରିଚିତ। ସେଠାକାର ମାଟିରୁ ଅନେକ ସମୟରେ ମୂଲ୍ୟବାନ ଖଣିଜ ସମ୍ପଦ ମିଳିଥିବାବେଳେ ବୁନ୍ଦେଲଖଣ୍ଡର ଲଲିତପୁର ଅଞ୍ଚଳ ତଳେ ସୁନାର ଖଣି ଥିବା ଜଣା ପଡିଛି ବୋଲି ସ୍ଥାନୀୟ ଖଣିଜ ବିଭାଗ ଦ୍ୱାରା ସୂଚନା। ଖଣିଜ ବିଭାଗର ଜିଓଲୋଜିଷ୍ଟ ଗୌତମ କୁମାର ଦିନକର କହିବା ଅନୁସାରେ ତାଙ୍କ ଟିମ୍ ୨୦୦୫ ରୁ ଏଠାରେ ସୁନାଖଣି ଥିବା ଆଶଂକା କରି ସର୍ଭେ ଆରମ୍ଭ କରିଥିଲା।
ବର୍ତ୍ତମାନ ଲଲିତପୁର ଅଞ୍ଚଳରେ ଏକ ସୁନା ଖଣି ରହିଥିବା ସନ୍ଧାନ ମିଳିଛି। ତେବେ ବିଭାଗ ଦ୍ୱାରା ଗ୍ଲୋବାଲ ଟେଣ୍ଡର କାମ କରାଯାଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ସୁନା ଉତ୍ତୋଳନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଖଣିଜ ବିଭାଗର ସୂଚନା ମୁତାବକ ଖୁବଶୀଘ୍ର ଖଣିରୁ ସୁନା ଉତ୍ତୋଳନ ଆରମ୍ଭ କରାଯିବ। ତେବେ ବୁନ୍ଦେଲଖଣ୍ଡର ଅନ୍ୟ କିଛି ଅଞ୍ଚଳରେ ସୁନାଖଣି ଥିବା ଆଶଂକା ଥିବାରୁ ଖଣିଜ ବିଭାଗ ସର୍ଭେ ଆରମ୍ଭ କରିଛି। ତେବେ ଏହି ସୁନା ଖଣିକୁ ନେଇ ଜିଓଲୋଜିଷ୍ଟ ଗୌତମ ଦିନକର କହିଛନ୍ତି, ଯଦି ଠିକ୍ ସମୟରେ କାମ ଆରମ୍ଭ ହୁଏ, ତେବେ ଏହା ଦେଶର ଦ୍ୱିତୀୟ ଓ ଉତ୍ତରପ୍ରଦେଶର ପ୍ରଥମ ସୁନାଖଣି ହେବ।
ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ଜଳବାୟୁକୁ ଦେଖି ଦୀର୍ଘଦିନ ହେବ ଆକଳନ କରାଯାଉଥିଲା କି, ଏଠାରେ ସୁନାଖଣି ରହିଛି। ପୂର୍ବରୁ ବୁନ୍ଦେଲଖଣ୍ଡ ଅଞ୍ଚଳରୁ ଅନେକ ପ୍ରକାର ଖଣିଜ ସଂପଦ ମିଳିଥିବାବେଳେ ଖଣିଜ ସମ୍ପଦ ପାଇଁ ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ବେଶ ପରିଚିତ। ସାରା ବିଶ୍ୱରେ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଖଣିଜ ସଂପଦ ପାଇଁ ବେଶ ପରିଚିତ ଥିବାବେଳେ ଖୁବଶୀଘ୍ର ସୁନା ଖଣି ଉତ୍ତୋଳନ ହେବ ବୋଲି କୁହାଯାଉଛି।