ବେଆଇନ୍ ଉଚ୍ଛେଦ ପ୍ରକିୟାରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ ବିଚାରକକୁ ନେଇ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସମାଧାନର ବାଟ ବାହାର କରାଯିବା ଉଚିତ

ଓଏଲ୍ ବ୍ୟୁରୋ : ରେଳବାଇ ଜମିରୁ ଜବରଦଖଲ ହଟାଇବା ନେଇ ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଏହି ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିବା ଅନୁସାରେ ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ ବିଚାରକକୁ ନେଇ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସମାଧାନର ବାଟ ବାହାର କରାଯିବା ଉଚିତ। ତେଣୁ ସବୁତକ ଜମି ରେଳବାଇର କି ନୁହଁ ତାହା ଉପରେ ସ୍ପଷ୍ଟ ହେବା ଉଚିତ।
ସୁପ୍ରିମକୋର୍ଟ କହିଛନ୍ତି, ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଦିଆଯାଇପାରିବ ନାହିଁ ଏବଂ ଘଟଣାର ତଦନ୍ତ ପରେ ଏହାର ସତ୍ୟତା ସାମ୍ନାକୁ ଆସିବ। ଆଗାମୀ ଫେବୃଆରୀ ୭ରେ ଏହାର ପରବର୍ତ୍ତି ଶୁଣାଣି ରହିଛି। ଉତ୍ତରାଖଣ୍ଡର ହଲ୍ଦ୍ୱାନୀ ଅଞ୍ଚଳରେ ରେଲଓ୍ବେର ୭୮ ଏକର ଜମିରେ ପ୍ରାୟ ୪ ହଜାର ପରିବାରର ୫୦ ହଜାର ଲୋକେ ବାସ କରୁଥିବା ଖବରରୁ ଜଣା ପଡିଛି। ଏହି ଲୋକମାନଙ୍କ କଥା ଭାବି ସୁପ୍ରିମ୍କୋର୍ଟ ସେମାନଙ୍କର ଘର ଭଙ୍ଗା ଉପରେ ରୋକ ଲଗାଇଛ କହିଛନ୍ତି ଯେ, ଅନ୍ୟତ୍ର ଯିବା ଲାଗି ଦିଆଯାଇଥିବା ଏକ ସପ୍ତାହ ସମୟ ସୀମା କମ୍ ହେବ। ତେଣୁ ଆଗାମୀ ଦିନରେ ଏହାର ପରବର୍ତୀ ଶୁଣାଣି ପରେ ଉଚ୍ଛେଦ ପ୍ରକ୍ରିୟା ହେବ କି ନାହିଁ ସ୍ଥିର କରାଯିବ।