Odisha Link
Bridging the Missing Links in Odisha

ୟୁଏନ ମିଶନ ପାଇଁ ଭାରତର ମହିଳା ସୈନ୍ୟଙ୍କୁ ମିଳିଲା ଦାୟିତ୍ୱ

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର

ଓଏଲ୍‌ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ମହିଳା ଶାନ୍ତିରକ୍ଷକ ସୈନ୍ୟ। ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରାଯାଇଥିବାବେଳେ ଭାରତ ୨୦୦୭ରୁ ବର୍ତ୍ତମାନ ଯାଏଁ ମିଳିତ ଜାତିସଂଘର ମିଶନରେ ସବୁଠାରୁ ବଡ ମହିଳା ପ୍ଲାଟୁନର ନିୟୋଜିତ କରିବାକୁ ଯାଉଛି। ତେବେ ଭାରତ ହେଉଛି ମିଳିତ ଜାତିସଂଘକୁ ଶାନ୍ତି ରକ୍ଷକ ପଠାଇବାରେ ଦ୍ୱିତୀୟ ବୃହତ୍ତମ ଦେଶ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରି ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏଭଳି ପଦକ୍ଷେପ ଯୋଗୁଁ ଶାନ୍ତିରକ୍ଷକ ସେନାରେ ମହିଳାଙ୍କ ସଂଖ୍ୟା ମହତ୍ତ୍ୱପୂର୍ଣ୍ଣ ଭାବେ ବଢାଇଦିଆଯାଇଛି। ସୂଚନା ଅନୁସାରେ ଏହା ପୂର୍ବରୁ ପ୍ରଥମ ଥର ପାଇଁ ୨୦୦୭ରେ ଲାଇବେରିଆରେ ମହିଳା ଶାନ୍ତି ରକ୍ଷକଙ୍କ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବର୍ତ୍ତମାନ ଭାରତର ଏହି ମହିଳା ପ୍ଲାଟୁନ ସବୁଠାରୁ ବଡ ଶାନ୍ତିରକ୍ଷା ମହିଳା ପ୍ଲାଟୁନ୍ ବୋଲି ଜଣା ପଡିଛି।

Leave A Reply

Your email address will not be published.