‘ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ’
ଗତ ୧୦ଦିନ ମଧ୍ୟରେ ଝାରସୁଗୁଡା, ରାଉରକେଲାରେ କେହି ଆକ୍ରାନ୍ତ ମିଳିନାହାନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି

ଓଏଲ୍ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ।
ଚୀନରେ ବଢୁଥିବା କରୋନା ମହାମାରୀକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ତାଙ୍କ କହିବା ଅନୁସାରେ ରାଉରକେଲା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଟେଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି। ମୋବାଇଲ ହେଲଥ ୟୁନିଟ, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଉପଲବ୍ଧ ଥିବା ସେ କହିଛନ୍ତି। ରାଜ୍ୟରେ ବହୁ ପରିମାଣ କରୋନା ଟେଷ୍ଟ ହେଉଥିବାବେଳେ ଅଳ୍ପ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୧୦ଦିନ ମଧ୍ୟରେ ଝାରସୁଗୁଡା, ରାଉରକେଲାରେ କେହି ଆକ୍ରାନ୍ତ ମିଳିନାହାନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ତେବେ ଆଗାମୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ପୂର୍ବରୁ କମିଶନରେଟ ପୁଲିସ ନିଜର ତତ୍ପରତା ଦେଖାଇଥିଲା।