ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣି
ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଳାନ୍ସର ଚଢ଼ାଉ

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ସରକାରୀ କର୍ମଚାରୀ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଳାନ୍ସର ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ କର୍ମଚାରୀ ଜଣକ ହେଲେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ। କନିଷ୍ଠ କିରାଣି ଭାବେ ସେ ରାଉରକେଲା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସର କିରାଣି ଭାବେ କାର୍ଯ୍ୟରତ।
ସୂଚନା ଅନୁସାରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥଙ୍କ ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି କରିଛି। ଭୁବନେଶ୍ୱର, କଟକ , ରାଉରକେଲା, ବରଗଡ଼, ସମ୍ବଲପୁରରେ ଥିବା ନନ୍ଦୀ କିଶୋର ନାଥଙ୍କ ଘରେ ଭିଜିଲାନ୍ସର ରେଡ। କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।