‘ଓଡ଼ିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଂଜୁର’
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କହିବା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦, ୧୪୭ ଘର ମିଳିଥିବାବେଳେ ଘର ନିର୍ମାଣ ପାଇଁ ଶୀଘ୍ର କାର୍ଯ୍ୟାଦେଶ ଦିଆଯାଉ

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଂଜୁର। ପ୍ରେସମିଟ ଜରିଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପିଏମଏୱାଇ ଯୋଜନାରେ ଓଡ଼ିଶାକୁ ୯ ଲକ୍ଷ ୫୯ ହଜାର ଘର ମଂଜୁର ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ରସରକାରଙ୍କ ଦ୍ୱାରା ଓଡିଶା ପାଇଁ ମଂଜୁର ହୋଇଥିବା ମୋଟ ୯.୫୯ ଲକ୍ଷ ଆବାସ ଯୋଜନା ଘର ଭିତରୁ ଫନୀ ପୀଡ଼ିତଙ୍କ ପାଇଁ ୧.୪୨ ଲକ୍ଷ ରହିଥିବା ସେଇ ପ୍ରକାଶ କରିଛନ୍ତି।
କେନ୍ଦ୍ରସରକାର ୯ ଲକ୍ଷ ୫୯ ହଜାର ଘର ପାଇଁ ୭୨୫୦ କୋଟି ଟଙ୍କା ଓଡିଶା ପାଇଁ ମଂଜୁର କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କହିବା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦, ୧୪୭ ଘର ମିଳିଥିବାବେଳେ ଘର ନିର୍ମାଣ ପାଇଁ ଶୀଘ୍ର କାର୍ଯ୍ୟାଦେଶ ଦିଆଯାଉ। ସେ ରାଜ୍ୟ ସରକାରଙ୍କ ସହ କଥା ହୋଇଥିବାବେଳେ ଫେବ୍ରୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଉ ବୋଲି କହିଛନ୍ତି।