କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଜଙ୍ଗଲରୁ ମିଳିଛି ଗାଡ଼ି ଓ ହେଲମେଟ୍
ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ

ଓଏଲ୍ ବ୍ୟୁରୋ : ଓଡ଼ିଶା ଦଳରେ ସ୍ଥାନ ପାଇ ନଥିବା ଜଣେ ମହିଳା କ୍ରିକେଟ୍ ଖେଳାଳି ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ରାଜଶ୍ରୀ ସ୍ବାଇଁ । ଜାନୁଆରୀ ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।
ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଓଡ଼ିଶା କୋଚ୍ ଏତଲା ଦେଇଛନ୍ତି। ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ସେ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାରୁ ରାଜଶ୍ରୀ ଚାପରେ ଥିବା ତାଙ୍କ କୋଚ୍ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ବାଇକ ଓ ହେଲମେଟ୍ କପୁରସିଂ ଜଙ୍ଗଲରୁ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ମିଳିଛି। ଯାହାକୁ ନେଇ ସନ୍ଦେହ ବଢ଼ିଛି ।
ଅପରପକ୍ଷେ ଝିଅ ଖୋଜି ଆଣିବା ପାଇଁ ଭୁବେଶ୍ୱର ସ୍ଥିତ କ୍ରୀଡ଼ା ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଗୁହାରି କରିଛନ୍ତି ରାଜଶ୍ରୀଙ୍କ ବାପା ମା’। ରାଜଶ୍ରୀଙ୍କ ମା’ କହିଛନ୍ତି, ମୋ ଝିଅ ଭଲ ଖେଳେ। ମୋ ଝିଅ ପ୍ରତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଛି।