ଶିଶୁକନ୍ୟାର ଜୀବନ ନେଲା ବାପା
ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଏପରି କାଣ୍ଡ ହୋଇଥିବା ସନ୍ଦେହ
ଓଏଲ୍ ବ୍ୟୁରୋ : ମାନବିକତା ହରାଇ ନିଜ ଝିଅର ଜୀବନ ନେଲା ବାପା। ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଲମ୍ବଡୁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ରାଗ ଜର୍ଜରିତ ହୋଇ ନିଜ ୨ବର୍ଷର ଶିଶୁକନ୍ୟାକୁ ବାପା କଚାଡ଼ି ମାରିଦେଇଥିବା ଅଭିଯୋଗ।
ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଏପରି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଜନ୍ମ କଲା ମାଆ କୋଳରୁ ଛଡ଼ାଇ ଆଣି ନିଜ ଝିଅକୁ ବାପା କଚାଡ଼ି ମାରିବା ଅଭିଯୋଗ ହୋଇଥିବା ଜଣା ପଡିଛି।