ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ
ଅବଦୁଲ ରେହମାନର ଭାରତର ଜମ୍ମୁକଶ୍ମୀରରେ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାତ
ଓଏଲ୍ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମାକ୍କି ହେଉଛି ଲସ୍କର–ଇ– ତୋଇବା ମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ।
ସୂଚନା ଅନୁସାରେ, ଅବଦୁଲ ରେହମାନର ଭାରତର ଜମ୍ମୁକଶ୍ମୀରରେ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଲାଗି ଦାବି କରାଯାଇଥିଲା। ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। ବର୍ତମାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି।