ସିବିଆଇ ଜାଲରେ ରେଳ ଅଧିକାରୀ, ଠାବ ହେଲା ୧୭ କେଜି ସୁନା
ବ୍ୟାଙ୍କ ଡିପୋଜିଟରୁ ଅଢେଇ କୋଟି ଟଙ୍କା ମିଳିଥିବାବେଳେ ପ୍ରମୋଦ ନିଜ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥିବା ଜଣାପଡିଛି
ଓଏଲ୍ ବ୍ୟୁରୋ : ସିବିଆଇ ପଞ୍ଝାରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଅବସରପ୍ରାପ୍ତ ରେଳ ଅଧିକାରୀ ହେଲେ ପ୍ରମୋଦ ଜେନା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଳ ଅଧିକାରୀଙ୍କ ଘରେ ରେଡ଼ ମାରିଛି ସିବିଆଇ। ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ନଗଦ ୧କୋଟି ୫୭ ଲକ୍ଷ ଟଙ୍କା ଓ ୧୭ କେଜି ସୁନା ଗହଣା ସିବିଆଇ ଠାବ କରିଥିବା ସୂଚନା।
ସୂଚନା ଅନୁସାରେ, କେବଳ ବ୍ୟାଙ୍କ ଡିପୋଜିଟରୁ ଅଢେଇ କୋଟି ଟଙ୍କା ମିଳିଥିବାବେଳେ ପ୍ରମୋଦ ନିଜ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥିବା ଜଣାପଡିଛି। ଗତ ୪ ତାରିଖରୁ ରେଡ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ସମେତ କଟକ ଓ ଜଗତସିଂପୁରର ୪ଟି ସ୍ଥାନରେ ୫ଟି ଟିମ ରେଡ୍ କରିଥିବା ଜଣା ପଡିଛି।