ଶନି ମନ୍ଦିରକୁ କୋଟିଏ ଟଙ୍କାର କଳସ ଦାନ

ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରକୁ ପ୍ରାୟ ଏକ କୋଟି ଟଙ୍କାର ସୁନା କଳସ ଦାନ କରିଛନ୍ତି ଭକ୍ତ । କଳସରରେ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ତେବେ ଦାନ ଦେଇଥିବା ଭକ୍ତଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି । ତେବେ ଜାତୀୟ ଗଣମଧ୍ୟାମରେ ଯେଉଁ ଫଟୋ ପ୍ରକାଶ ପାଇଛି, ସେଥିରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ମନ୍ତ୍ରୀ ନବ ଦାସ, ତାଙ୍କ ଝିଅ ଓ ପରିବାର ସଦସ୍ୟ ଥିବା ଦେଖିବାକୁ ମିଳିଛି। ତେଣୁ ସୁନା କଳସ ସେ ମନ୍ଦିର ପ୍ରଶାସନକୁ ଦେଇଥିବା ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏ ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ମହାରାଷ୍ଟ୍ରର କିଛି ଘରୋଇ ଟିଭି ଚ୍ୟାନେଲ ଏହା ଓଡ଼ିଶା ମନ୍ତ୍ରୀ ନବ ଦାସଙ୍କ ବୋଲି କହିଛନ୍ତି। ତେବେ ଏଭଳି ଦାନ ନେଇ ନବ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ସୂଚନଥାଉକି, କୋଭିଡ୍ କାଳରେ ଯେତେବେଳେ ରାଜ୍ୟରେ ହାହାକାର ସ୍ଥିତି ପଡ଼ିଥିଲା, ସେତେବେଳେ ନବ ଦାସ ୮୦ଟି ଟ୍ରକ୍ କଣିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ରଖିନଥିଲେ।