ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଆଜି ଅଭିଯୋଗ ଦାଖଲର ଶେଷ ଦିନ
ଆବାସ ଯୋଜନା ଘର ଆବଣ୍ଟନରେ ସ୍ୱଚ୍ଛତା ରଖିବା ପାଇଁ ସବୁ ପ୍ରକାର ପ୍ରୟାସ
ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପାଇବା ପାଇଁ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନଥିବା କୁହାଯାଉଥିଲା। ଯାହାକୁ ନେଇ ଯୋଗ୍ୟ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଦାଖଲ କରିବାକୁ ସୁଯୋଗ ମିଳିଥିବାବେଳେ ଆଜି ହେଉଛି ଅଭିଯୋଗ ଦାଖଲ କରିବାର ଶେଷ ଦିନ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଆବାସ ଯୋଜନା ଘର ଆବଣ୍ଟନରେ ସ୍ୱଚ୍ଛତା ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଛି। ସମସ୍ତ ଅଭିଯୋଗର ଭଲ ଭାବରେ ଯାଞ୍ଚ କରାଯିବା ସହ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସଠିକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଅଯୋଗ୍ୟଙ୍କ ନାଁ କଟାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି। ଆସନ୍ତାକାଲି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ।
ବିଜେପି ଚେତାବନୀ ଦେଇଛି ଯେ, ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ବିଜେପି ଆନ୍ଦୋଳନ କରିବ ବୋଲି ଜଣା ପଡିଛି। ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଥିବା ଜଣା ପଡିଛି।