ଅର୍ଚ୍ଚନା ନାଗ ମାମଲା : କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳୀ
ଶ୍ରଦ୍ଧାଞ୍ଜଳୀ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ଜଣା ପଡିଛି

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ଆଜି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ତେବେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଶ୍ରଦ୍ଧାଞ୍ଜଳୀ, ହେଲେ ଶ୍ରଦ୍ଧାଞ୍ଜଳୀ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ଜଣା ପଡିଛି। କୋର୍ଟ ଶ୍ରଦ୍ଧାଞ୍ଜଳୀଙ୍କୁ ଆସନ୍ତା ୭ ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଥିବା ଜଣା ପଡିଛି।
ଅନ୍ୟପକ୍ଷେ ଏହି ମାମଲାରେ ସମ୍ପୃକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଭିସି ଜରିଆରେ ହାଜର ହେବା ପାଇଁ କୁହାଯାଇଥିବାବେଳେ ଖଗେଶ୍ୱର ଆଗୁଆ ଜାମିନ ଆବେଦନ କରିଥିବା ଜଣା ପଡିଛି। ପୂର୍ବରୁ ଇଡି ଏହି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଥିଲା। ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।