୨୧ ତୋପ ସଲାମୀ ପରେ କାହିଁକି ଆରମ୍ଭ ହୁଏ ପରେଡ
![](https://www.odishalink.com/wp-content/uploads/2023/01/Repblic-Day.jpg)
ଓଏଲ୍ ବ୍ୟୁରୋ: ସାରା ଦେଶ ପାଳନ କରୁଛିି ୭୪ ତମ ସାଧାରଣତନ୍ତ୍ର ଦିବସ। ମହାମାରୀ କରୋନା କଟକଣା କୋହଳ ହେବା ପରେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ। ଐହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେ ଏଲ୍ ସିସି ଯୋଗ ଦେଇଛନ୍ତି ।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଉ ବର୍ତ୍ତମାନ ପରେଡ ପ୍ରଦର୍ଶିତ ହେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ନ୍ୟାସନାଲ ଓ୍ବାର ମେମୋରିଆଲ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥଥିଲେ। ଏହାପରେ ୱାର ମେମୋରିଆଲ ଭିଜିଟର ବୁକ୍ରେ ଦସ୍ତଖତ କଲେ। ରାଷ୍ଟ୍ରୀୟ ସମର ସ୍ମାରକରେ ୨୬ ହଜାରରୁ ଅଧିକ ସହିଦଙ୍କ ନାମ ଖୋଦିତ ହୋଇଛି। ଏହାପରେ ସେଠାରୁ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ଆଜି ସମଗ୍ର ବିଶ୍ବ ଦିଲ୍ଲୀ ରାଜପଥରୁ ଦେଖିଛି ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ। ସାରା ଦୁନିଆ ଦେଖିଲା ରତର ସାଂସ୍କୃତିକ ବିବିଧତାର ଝଲକ। ଆଜିର ଦିନକୁ ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଛି। ଏହି ଅବସରରେ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ପରେଡ ସମୟରେ ନୂଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।