ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ
ଗତ ଡିସେମ୍ବର ୨ରେ ଦମ୍ପତିଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା

ଓଏଲ୍ ବ୍ୟୁରୋ : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଶରୀର ଉଦ୍ଧାର ହୋଇଥିବା ଜଣା ପଡିଛି। ଏହି ଚାଞ୍ଚଲ୍ୟକର ଘଟଣା ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁରେ ଘଟିଥିବା ଜଣା ପଡିଛି। ମୃତ୍ୟୁ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣା ପଡିଛି।
ସୂଚନା ଅନୁସାରେ, ଗତ ଡିସେମ୍ବର ୨ରେ ଦମ୍ପତିଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ପରେ ଘଟଣାର ତଦନ୍ତ କରିଥିଲା ପୁଲିସ। ଘଟଣାର ତଦନ୍ତ ପରେ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ ହୋଇ ଜେଲ୍ ଯାଇଥିବା ଜଣା ପଡିଥିଲା। ଝିଅକୁ ହତ୍ୟା ପରେ ବାପା ଓ ମାଆଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।